ଭୁବନେଶ୍ବର: ଆଜିଠୁ ଖୋଲିଲା ଜିମ୍ ଓ ଯୋଗ ଅନୁଷ୍ଠାନ । କଡ଼ା କୋଭିଡ କଟକଣା ଭିତରେ ବ୍ୟାୟାମ ପାଇଁ ମିଳିଛି ଅନୁମତି । ଅତି କମ୍ରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଫେସ୍ କଭର ବା ଫେସ୍ ମାସ୍କ ବାଧ୍ୟତାମୂଳକ। ତେବେ ବ୍ୟାୟାମ ସମୟରେ ମାସ୍କ ନପିନ୍ଧିବାକୁ କୁହାଯାଇଛି । ବିଶେଷ କରି ଏନ୍ -95 ମାସ୍କକୁ ବାରଣ କରାଯାଇଛି। ଶ୍ୱାସ ପ୍ରକ୍ରିୟାରେ ବାଧା ପହଞ୍ଚାଇବ ମାସ୍କ ।
ତେଣୁ ବ୍ୟାୟାମ ବେଳେ ଭାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଜିମ୍ ଉପକରଣ ବ୍ୟବହାର ପୂର୍ବରୁ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ। ସମ୍ଭବ ହେଲେ କେତେକାଂଶରେ ଜିମ୍ ଯନ୍ତ୍ରପାତି କୋଠରୀ ବାହାରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ସଂକ୍ରମଣ ବ୍ୟାପିବାର କମ୍ ସମ୍ଭାବନା ରହିଛି। ସେହିପରି ଯୋଗ ଅନୁଷ୍ଠାନରେ ଗୋଟିଏ ମ୍ୟାଟ୍କୁ ଏକାଧିକ ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ । ସମେସ୍ତ ବ୍ୟକ୍ତିଗତ ଭାବେ ନିଜ ନିଜର ମ୍ୟାଟ୍ ନେଇ ଯିବାକୁ କୁହାଯାଇଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…