ରାଜ୍ୟ

ଚନ୍ଦକାରେ Sog ଟ୍ରେନିଂ ସେଣ୍ଟରରେ ଅଘଟଣ : ଗ୍ରେନେଡ଼ ଟ୍ରେନିଂ ବେଳେ ହବିଲଦାର ମୃତ, ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେଲେ ପ୍ରାଣବଳି

କେନ୍ୟୁଜ(ବ୍ୟୁରୋ): ରାଜଧାନୀର ଚନ୍ଦକା ନିକଟବର୍ତ୍ତୀ Sog ଟ୍ରେନିଂ ସେଣ୍ଟରରେ ଅଘଟଣ। ଗ୍ରେନେଡ଼ ଟ୍ରେନିଂ ବେଳେ ହାବିଲଦାର ମୃତ। ଅନ୍ୟ ୨ ଗୁରୁତର ହାବିଲଦାରଙ୍କୁ  ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଘଟଣା ସ୍ଥଳରେ ପୋଲିସ ଡିଜି ଅଭୟ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ମୃତ ହାଵିଲଦାରଙ୍କ ମର ଶରୀରକୁ ପୋଷ୍ଟମର୍ଟମ୍ ପାଇଁ ପଠା ଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ୍ ଚଳାଇଛି। ତେବେ ଟ୍ରେନିଂ ବେଳେ ସୁରକ୍ଷା ପ୍ରାଥମିକତା ଦିଆ ଯାଇଥିଲା ନା ନହିଁ ତାହା ମଧ୍ୟ ତଦନ୍ତ କରାଯିବ ବୋଲି ଜଣା ପଡ଼ିଛି।

ହାବିଲଦାରଙ୍କ ନାଁ ପ୍ରକାଶ ସାହୁ । ସେ ନୂଆ ପିଲାଙ୍କୁ ତାଲିମ ଦେଉଥିଲେ । ତେବେ ଟ୍ରେନିଂ ବେଳେ ତିନି ଟ୍ରେନିଙ୍କ ହାତରେ ଗ୍ରେନେଡ୍‌ଟି ଫୁଟିବାକୁ ଯାଉଥିବା ବେଳେ ପ୍ରକାଶ ଅଦମ୍ୟ ସାହସିକତା ଦେଖାଇ ସେମାନଙ୍କୁ ବଞ୍ଚାଇଥିଲେ । ହେଲେ ନିଜେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି । ଆହତମାନଙ୍କୁ ଭୁବନେଶ୍ୱରର ଏକ ଘଷରାଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago