ପୁରୀ ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଠେଲାପେଲା, ତଳେ ପଡି ହବିଷ୍ୟାଳି ଗୁରୁତର

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିର ଭିତରେ ଠେଲାପେଲା। ଆଜି ସକାଳେ ମଙ୍ଗଳଆଳତୀ ଚାଲିଥିବାବେଳେ ନାଟମଣ୍ଡପ ସମ୍ମୁଖରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଫଳରେ ଜଣେ ମହିଳା ଭକ୍ତଙ୍କ ଉପରେ ବ୍ୟାରିକେଡ୍‌ ପଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗିଯାଇଛି। ଗୁରୁତର ହେଉଛନ୍ତି ବାଲିପାଟଣାର ବିଳାସିନୀ ଦେବୀ। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ବିଳାସିନୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶସାନ ବହନ କରିବ ବୋଲି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ସୂଚନା ଦେଇଛନ୍ତି। ରେଡ୍‌ କ୍ରସ ପକ୍ଷରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବ।