ପୁରୀ : ପୁରୀ ହବିଷ୍ୟାଳି କେନ୍ଦ୍ର ବୃନ୍ଦାବତୀ ନିବାସ ଠାରେ ଅସୁସ୍ଥ ହୋଇପଡିଲେ ବ୍ରତଧାରୀ । ଖରା ଓ ଗରମ ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ସୂଚନା। ସେଠାରେ ଉପସ୍ଥିତ ଥିବା ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଅସୁସ୍ଥ ବ୍ରତ ଧାରୀଙ୍କ ନାଁ ଶଶୀ ରେଖା। ସେ ବରି ଅଞ୍ଚଳର ବୋଲି ଜଣାପଡିଛି ।
କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ । ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଞ୍ଜିକରଣ କରିଥିବା ହବିଷ୍ୟାଳି ମାନେ ଆସି ପୁରୀରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କୁ ସ୍ବାଗତ କରାଯାଇ କିଏ କେଉଁ ଶିବିରରେ ରହିବେ, ସେନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ । କାଲିଠାରୁ ଆରମ୍ଭ ହେବ ମହା କାର୍ତ୍ତିକ ବ୍ରତ । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସରକାର ଏକମାସ ଧରି ମାଗଣା ଆବାସ, ଦିନକୁ ଗୋଟିଏ ଓଳି ମହାପ୍ରସାଦ, ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧା ଦାମୋଦର ପୂଜା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୩୬୫୦ ଶ୍ରଦ୍ଧାଳୁ ଅନ୍ଲାଇନ ଯୋଗେ ଆବେଦନ କରିଛନ୍ତି । ହେଲେ ୨୫ ଶହ ଜଣଙ୍କୁ ସୁବିଧା ଦେବେ ରାଜ୍ୟ ସରକାର ।