ଟାଙ୍ଗୀ : ଆଜି ଭୋର୍ ସମୟରେ ଦୁର୍ଘଟଣାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କୟଥପଲ୍ଲା ଗ୍ରାମର ୭ଜଣ ହବିଷ୍ୟାଳି ମା’ ନିଜ ଗାଁର ଏକ ଅଟୋ ରିକ୍ସାରେ ଜାଗା ଦର୍ଶନ ପାଇଁ ପୁରୀ ଯାଉଥିଲେ । କିନ୍ତୁ ୧୬ନମ୍ବର ଜାତୀୟ ରାଜପଥ ଦୀକ୍ଷିତ ପଡା ନିକଟ ଏକ ଢ଼ାବା ଠାରେ ଏକ ଟ୍ରକ ଅଟୋକୁ ସାଇଟ ମାରିବାରୁ ଅଟୋଟି ଓଲଟି ପଡିଥିଲା । ଅଟୋରେ ଥିବା ଜଣେ ହବିଷ୍ୟାଳୀ ମହିଳାଙ୍କର ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଅଟୋ ରିକ୍ସା ଚାଳକ ସହ ୪ ଜଣ ହବିଷ୍ୟାଳୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି।
ମୃତ ହବିଷ୍ୟାଳୀଙ୍କ ନାମ ସୁଷମା ସାମନ୍ତରାୟ (୬୦) । ତାଙ୍କ ପୁଅ ନିକଟ ଅତୀତରେ କ୍ୟାନସର ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଲେ। ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ ୩୦ ବର୍ଷ । ଅନ୍ୟ ଗୁରୁତରମାନେ ହେଲେ ଶଶୀ ଗୁମାନ ସିଂ (୭୨), ଆସାମଣୀ ସାମନ୍ତରାୟ (୬୦), ସଜନୀ ସାମନ୍ତରାୟ (୬୮) ବର୍ଷ ବୋଲି ଜଣା ପଡିଛି । ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ଅଟୋକୁ ଜବତ୍ କରିଛି । କୁହୁଡ଼ି ପୋଲିସ୍ ଫାଣ୍ଡି ତଦନ୍ତ ଆରମ୍ଭ କରିଛି ।