୨୦୧୩ରେ ବୀଭତ୍ସ ହତ୍ୟା ୨୦୨୦ରେ ସଜା, କର୍ଣ୍ଣେଲ ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡ
ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନରେ ରଖିବା ଘଟଣାରେ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍ । ରାୟ ଦେଲେ ଖୋର୍ଦ୍ଧା ଜିଲ୍ଲା ଜର୍ଜ । ୨୦୧୩ ଜୁନ୍ ର ଘଟଣା । ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା କର୍ଣ୍ଣେଲ ନିଜ ସ୍ତ୍ରୀ ଉଶସୀଙ୍କୁ ୩୦୦ ଖଣ୍ଡ କରି କାଟିବା ପରେ ଟିଫିନରେ ରଖିଥିଲେ । ୨୦ ଦିନ ପରେ ଜଣାପଡିଥିଲା ।
୨୦୧୩ରେ ଭୁବନେଶ୍ୱର ନୟାପଲ୍ଲୀରେ ସ୍ତ୍ରୀକୁ ୩ଶହ ଖଣ୍ଡ କରି ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ମିଳିଲା ଦଣ୍ଡ । କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ । ସ୍ତ୍ରୀ ଉଷଶ୍ରୀଙ୍କୁ ସୋମନାଥ ହତ୍ୟା ପରେ ୩ଶହ ଖଣ୍ଡ କରି କାଟିଥିଲେ । ପରେ ବାକ୍ସ ଓ ଟିଫିନରେ ଲୁଚାଇ ରଖିଥିଲେ ମୃତଦେହ । ସୋମନାଥ କହିଛନ୍ତି, ତଳ କୋର୍ଟଙ୍କ ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । ବୟସାଧିକ କାରଣରୁ ଦଣ୍ଡ କୋହଳ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ।
୨୦୧୩ରେ ବୀଭତ୍ସ ହତ୍ୟା । ୨୦୨୦ରେ ସଜା । ସ୍ତ୍ରୀକୁ ହତ୍ୟା କରି ୩ ଶହ ଖଣ୍ଡ କରିଥିବା ପିଶାଚ କର୍ଣ୍ଣେଲ ସ୍ୱାମୀଙ୍କୁ ମିଳିଲା ଆଜୀବନ ଜେଲ୍ ଦଣ୍ଡାଦେଶ । ନାଁ- ସୋମନାଥ ପରିଡ଼ା । ପତ୍ନୀ ହତ୍ୟାକାରୀ ଇଏ ସେହି କର୍ଣ୍ଣେଲ । ଘର- ଭୁବନେଶ୍ୱର ନୟାପଲ୍ଲୀରେ । ହତ୍ୟାକାଣ୍ଡର ୭ବର୍ଷ ପରେ ସୋମନାଥଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ୍ । ସ୍ତ୍ରୀ ହନ୍ତା ୭୧ ବର୍ଷୀୟ ଏହି ସେନା ଅଧିକାରୀ ବାକି ଜୀବନ ଜେଲ୍ ଚାରିକାନ୍ଥ ଭିତରେ କାଟିବେ ।
୨୦୧୩ ଜୁନ୍ ୨୧ ତାରିଖ । ଏହି ଦିନ ଖୋଲିଥିଲା ଉଷଶ୍ରୀଙ୍କ ମର୍ଡର ମିଷ୍ଟ୍ରି । ନୟାପଲ୍ଲୀ ସ୍ଥିତ ନିଜ ବାସଭବନରେ ସ୍ତ୍ରୀ ଉଷଶ୍ରୀ ପରିଡ଼ାଙ୍କ ରକ୍ତରେ ହୋଲି ଖେଳିଥିଲେ କର୍ଣ୍ଣେଲ ସୋମନାଥ ପରିଡ଼ା । ପ୍ରଥମେ ହତ୍ୟା କରିଥିଲେ । ପରେ ମୃତଦେହକୁ ୩ଶହ ଖଣ୍ଡ କରି ଦେଇଥିଲେ ସୋମନାଥ । ଟିଫିନ୍ ଭିତରେ ମାଂସଖଣ୍ଡକୁ ଭର୍ତ୍ତି କରି ବାକ୍ସ ଭିତରେ ଲୁଚାଇ ରଖିଥିଲେ । ବହୁ ଦିନ ହେବ ମାଆଙ୍କ ସହ ଯୋଗାଯୋଗ ହେଉ ନଥିବାରୁ ଦୁବାଇରେ ରହୁଥିବା ଝିଅର ସନ୍ଦେହ ବଢିଥିଲା । ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ନିଜ ମାମୁଁଙ୍କୁ ପଠାଇ ଥିଲେ ଉଷଶ୍ରୀଙ୍କ ଝିଅ । କର୍ଣ୍ଣେଲ ସୋମନାଥ ପରିଡ଼ା ଘର କବାଟ ଖୋଲିବା ବେଳେ ଭିତରୁ ବାହାରୁଥିଲା ଦୁର୍ଗନ୍ଧ । ସନ୍ଦେହ ହେବାରୁ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଥିଲେ ଉଷଶ୍ରୀଙ୍କ ଭାଇ । ପୋଲିସ ଖୋଳତାଡ କରିବା ବେଳେ ସାମନାକୁ ଆସିଥିଲା ସାଂଘାତିକ ସତ । ଘର ଭିତରୁ ଜବତ ହୋଇଥିଲା ବାକ୍ସ ଓ ୨୧ଟି ଷ୍ଟିଲ୍ ଡବା । ଏହା ଭିତରେ ଉଷଶ୍ରୀଙ୍କ ଶବକୁ କାଟି ଖଣ୍ଡ ଖଣ୍ଡ କରି ରଖାଯାଇଥିଲା । କିନ୍ତୁ କର୍ଣ୍ଣେଲ ସୋମନାଥ ପରିଡ଼ା କହିଥିଲେ, ସେ ସ୍ତ୍ରୀଙ୍କୁ ହତ୍ୟା କରି ନାହାନ୍ତି । ଆତ୍ମହତ୍ୟା କରିଥିଲେ ଉଷଶ୍ରୀ । ଏହି ହତ୍ୟାକାଣ୍ଡ ସେତେବେଳେ ସାରା ଦେଶରେ ହଟଚମଟ ସୃଷ୍ଟି କରିଥିଲା । ଲମ୍ବା ସମୟ ଧରି ଚାଲିଥିଲା ଆଇନଗତ ଲଢ଼େଇ । ଶେଷରେ ଦୋଷୀ ସାବ୍ୟସ୍ତ ହେବ ସହ ସୋମନାଥଙ୍କୁ ମିଳିଛି ଆଜୀବନ ଜେଲ ଦଣ୍ଡାଦେଶ ।