କୁଆପଥରରେ ଘୋଡେଇ ହେଲା ରାସ୍ତା, ଯାଜପୁରର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡର ପ୍ରଭାବ
କୁଆ ପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୂଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇଛି। କୁଆ ପଥରର ପ୍ରଭାବ ବିଂଝାରପୁର ରେ ସର୍ବାଧିକ ବୋଲି କୁହାଯାଉଛି।

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ। ଆଜି ଅପରାହ୍ନ ରେ ବିଂଝାରପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ସାଙ୍ଗକୁ ବର୍ଷା ଦେଖିବାକୁ ମିଳିଛି। କୁଆ ପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୂଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇଛି। କୁଆ ପଥରର ପ୍ରଭାବ ବିଂଝାରପୁରରେ ସର୍ବାଧିକ ବୋଲି କୁହାଯାଉଛି। ଫଳରେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେତେକ ସ୍ଥାନରେ ଆଜବେଷ୍ଟସ ମଧ୍ୟ କଣା ହୋଇଥିବା କୁହାଯାଇଛି।