ପାଗଳଙ୍କ ଭଳିଆ କଥା କହୁଛନ୍ତି ସୁର ରାଉତରାୟ : ପଦ୍ମଶ୍ରୀ ହଳଧର ନାଗ

ବରଗଡ଼ (କେନ୍ୟୁଜ୍) : ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା କଲେଜ ଡ୍ରପ୍ଆଉଟଙ୍କ ସୁବିଧା ପାଇଁ ବଜେଟରେ ହାତ ଖର୍ଚ ଲାଗି ବ୍ୟବସ୍ଥା କରାଯାଇଛି । ଏହି ଯୋଜନାକୁ ସ୍ଵାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରାଯାଇଛି। ହେଲେ ଏହାକୁ ତାତ୍ସଲ୍ୟ କରିବା ଭାଲିଆ ମାଧୋ ସିଂ କିଏ ? ସେ କେଉଁ ରାଜ୍ୟର ବୋଲି କହିଥିଲେ ଜଟଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କର ଏହି ମନ୍ତବ୍ୟ ଭାଇରାଲ ହେଉଛି। ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ଲୋକକବି ରତ୍ନ ହଳଧର ନାଗ । ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି କି, ପୂର୍ବତନ ବିଧାୟକ ପାଗଳଙ୍କ ଭଳି କଥା କହୁଛନ୍ତି । ତାଙ୍କର ଆଖି ନାହିଁ ନା ସେ କିଛି ଜାଣି ପାରୁନାହାନ୍ତି ।
ଗୋଟିଏ ପରିବାରର ୫ ଜଣ ସ୍ୱାଧୀନତା ସଂଗ୍ରାମରେ ଏକା ଥରକେ ଝାସ ଦେଇଥିଲେ । ନିଜ ଜନ୍ମ ମାଟି ଘେଁସକୁ ଗୌରବାନ୍ଵିତ କରିଛନ୍ତି । ତାଙ୍କ ବିଷୟରେରେ ପାଗଳ ପରି ମନ୍ତବ୍ୟ ଦେବା ଠିକ୍ ନୁହଁ ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ।