ଭୁବନେଶ୍ବର : ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା । କାହାକୁ ନଜଣାଇ ଶାଶୂର ଅନ୍ତିମ ସତ୍କାର କଲା ବୋହୂ । ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଜବତ । ମୃତକ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ । ତାଙ୍କ ମୃତ୍ୟୁ ପରେ କାହାକୁ କିଛି ନଜଣାଇ ମୃତଦେହ ସତ୍କାର କରୁଥିଲେ ବୋହୂ । ସମ୍ପର୍କୀୟ ଓ ପୋଲିସ ମଶାଣିରେ ପହଂଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛନ୍ତି । ତାଙ୍କୁ ହତ୍ୟା କରାଯାଇଥିିବା କହିଛନ୍ତି ମୃତ ମହିଳାଙ୍କ ଭଉଣୀ । ହେଲେ ସମ୍ପତ୍ତି ପାଇଁ ହଇରାଣ ହରକତ କରୁଥିିବା କହିଛନ୍ତି ମୃତକଙ୍କ ବୋହୂ ।