ହାଟ ଭିତରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ

କରଞ୍ଜିଆ: ହତ୍ୟା କରି ପୋଡ଼ିଦେଲେ ! । ହାଟ ଭିତରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କରଞ୍ଜିଆ ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ହାଟ ଭିତରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । କେହି ଦୁର୍ବୃତ୍ତ ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ଧାନ ନଡ଼ା ଦେଇ ପୋଡି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିପାରୁନାହାନ୍ତି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।