ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର , ହତ୍ୟା ହୋଇଥିବା ସନ୍ଦେହ

ଦଶପଲ୍ଲା : ଗଣିଆ ଥାନା ଅନ୍ତର୍ଗତ ବାଲିସାହି -ଏରୁଣ୍ଡିପଥର ରାସ୍ତାରେ ଅଘଟଣ । ସେଠାରେ  ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକର ଡାହାଣ ହାତରେ ସଞ୍ଜୟ ଲେଖା ହୋଇଥିବା ବେଳେ ସେ ଗୋଟିଏ କଙ୍କଣ ପିନ୍ଧିଛି । ତାର ଶରୀରର କିଛି ଅଂଶ ପୋଡି ଯାଇଥିବା ବେଳେ ପରିଚୟ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଗଣିଆ ଥାନା ଏଏସଆଇ ଶାହା ଆଲାମ ଖାଁ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସେପଟେ  ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଆସିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଯୁବକ ଜଣକୁ ମାରି ଦିଆଯାଇଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଅନୁମାନ କରାଯାଉଛି ।

 

 

Also read :ଭୁଜାଲି ମାଡ଼ରେ ଜଣେ ମୃତ, ଜଣେ ଗୁରୁତର, କାରରେ ଆସି ସଂଘବଦ୍ଧ ଆକ୍ରମଣ କରି ଫେରାର