ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର, ପୋଡ଼ା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ଜୀଙ୍କ ନଗର ନବୋଦୟ ବିଦ୍ୟାଳୟ ବାଉଣ୍ଡରି ପଛ ପଟେ ଯୁବକଙ୍କ ପୋଡ଼ା ଶବ ଉଦ୍ଧାର ।  ତା ସହ ଏକ ପୋଡ଼ା ସ୍କୁଟି କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ତେବେ ଯୁବକ ଜଣକ କିଏ ଓ କେଉଁ ସ୍ଥାନର ,କିଏ କାହିଁକି ଏପରି ଘଟଣା ଘଟାଇଲ କିଛି ଜଣା ପଡି ନାହିଁ ।

ପାଖକୁ ଗଲା ପରେ ସେଠାରେ ଏକ ସ୍କୁଟି ସହ ଯୁବକ ଜଳୁଥିବାର ଦେଖିଥିଲେ ।  ଏହା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକ ଜଣଙ୍କ ହେମଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାର ତଦନ୍ତ କରୁଛି ପୋଲିସ । ସଦର sdpo ଓ ଲେଫ୍ରିପଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।  ମୃତ ଯୁବକଙ୍କ ପରିଚୟ ମିଳି ନାହିଁ।