ହୁଣ୍ଡିରେ ଅଟକିଗଲା ହାତ : ମନ୍ଦିରରୁ ଚୋରି ଉଦ୍ୟମ ବେଳେ ଫସିଗଲା ଚୋର

ଜଗତସିଂହପୁର : ହନୁମାନ ମନ୍ଦିର ହୁଣ୍ଡିରୁ ଚୋରି ବେଳେ ହୁଣ୍ଡି ବାକ୍ସ ଭିତରେ ରହିଲା ହାତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶ୍ରୀରାମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏଭଳି ଘଟଣା ଘଟିଛି । ଚୋରି କରୁଥିବା ଯୁବକ ଜଣକ ହେଲେ ମନ୍ଦିର ପୂଜକ ନାରାୟଣ ତ୍ରିପାଠୀଙ୍କ ପୁଅ ଗୋବିନ୍ଦ ତ୍ରିପାଠୀ । ଗତକାଲି ରାତିରେ ଗୋବିନ୍ଦ ହୁଣ୍ଡିର ପଛପଟେ ହାତ ପୂରାଇ ସେ ଚୋରି ଉଦ୍ୟମ କରୁଥିଲେ । କିନ୍ତୁ ହାତ ଆଉ ବାହାରକୁ ଆସିନଥିଲା । ଫଳରେ ରାତିସାରା ସେଠାରେ ସେ ଛିଡ଼ା ହୋଇରହିଥିଲେ । ସକାଳେ ଗାଁ ଲୋକ ଦେଖି ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଚୋରକୁ ବୁଦ୍ଧି ଶିଖାଇବା ପାଇଁ ହୁଣ୍ଡି ବାକ୍ସରୁ ଚୋରର ହାତ ନବାହାରିବା ଘଟଣା, ଠାକୁରଙ୍କ ଚମତ୍କାରିତା ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.