ଦିବ୍ୟାଙ୍ଗହେଲେ ବି ସକ୍ଷମ, ହୋଇଛନ୍ତି ଗ୍ଲୋବାଲ ମଡେଲ ମିଷ୍ଟର ଇଣ୍ଡିଆ
କଣ୍ଟାମାଳ : ଦିବ୍ୟାଙ୍ଗହେଲେ ବି ସକ୍ଷମ l ଶୁଣି ପାରୁ ନାହାନ୍ତି କି କଥା କହି ପାରୁ ନାହାଁନ୍ତି l କିନ୍ତୁ ମଡେଲିଂ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି ବୌଦ୍ଧ ଜିଲ୍ଲା ସଦେଇପୁର ଗାଁର ଦିବ୍ୟାଙ୍ଗ ଯୁବକ ଯୋଗୀନ୍ଦ୍ର ମେହେର। ମହାରାଷ୍ଟ୍ରର ପୁନେରେ ଅନୁଷ୍ଠିତ ଗ୍ଲୋବାଲ ମଡେଲ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି l ଆସନ୍ତା ଏପ୍ରିଲରେ ମୁମ୍ବାଇଠାରେ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେବେ ଯୋଗୀନ୍ଦ୍ର l ଏଥିପାଇଁ ସାରା ଓଡିଶା ପାଇଁ ଗର୍ବ ଆଣିଛନ୍ତି ଯୋଗୀନ୍ଦ୍ର l