ପାରମ୍ପରିକ ବାନ୍ଧକଳାରେ ଦେଶାତ୍ମବୋଧର ଛିଟା, ସ୍ୱାଧୀନତା ଦିବସ ପୂର୍ବରୁ ଶିଳ୍ପୀ ଗଣେଶ ମେହେର ପ୍ରସ୍ତୁତ କଲେ ତ୍ରିରଙ୍ଗା ଶାଢୀ
ସୁବର୍ଣ୍ଣପୁର(କେନ୍ୟୁଜ୍): ପାରମ୍ପରିକ ବାନ୍ଧକଳାରେ ଦେଶତ୍ମାକବୋଧର ଛିଟା। ପ୍ରସ୍ତୁତ ହୋଇଛି ଅତୂଲ୍ୟ ଭାରତ ନାଁରେ ତ୍ରିରଙ୍ଗା ଶାଢୀ । ଏହି ଆକର୍ଷଣୀୟ ଶାଢୀଟିକୁ ପ୍ରସ୍ତୁତ କରିବା ପାଇଁ ଲାଗିଛି ଦୀର୍ଘ ୬ମାସ । ଖର୍ଚ୍ଚ ହୋଇଛି ୬୦ହଜାର ଟଙ୍କା। ଅଗଷ୍ଟ ୧୫ ପୂର୍ବରୁ ଶାଢୀଟି ପ୍ରସ୍ତୁତ ହୋଇଥିବାରୁ ଦେଶର ସ୍ୱାଧୀନତା ପାଇଁ ତାଙ୍କ କଳା ସମର୍ପିତ ବୋଲି କୁହନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ଗଣେଶ ମେହେର ।
ମାଆ ମାଟି ଓ ମାତୃଭାଷାକୁ ନେଇ ବର୍ଣ୍ଣଶିକ୍ଷା ନାଁରେ ଅନ୍ୟ ଏକ କଳାତ୍ମକ ଶାଢୀ ବୁଣିଛନ୍ତି। ଗଣେଶ ମେହେର ଓ ତାଙ୍କ ପରିବାର ଲୋକ ମିଶି ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ କରିଛନ୍ତି ନେଚର୍ ନାଁରେ ଏକ ଭିନ୍ନ ଧରଣର ଶାଢୀ। ସ୍ୱଭାବ କବି ଗଙ୍ଗାଧରଙ୍କ କବିତା ମଧ୍ୟ ସ୍ଥାନିତ ହୋଇଛି ଏହି ବାନ୍ଧକଳାରେ। ସବୁବେଳେ ନିଜର ବୃତ୍ତି ସହ ପ୍ରକୃତିକୁ ଯୋଡ଼ି କିଛି ନୂଆ କରି ଦେଖାଇବା ତାଙ୍କର ସଉକ ଓ ତାଙ୍କୁ ସନ୍ତୋଷ ଦିଏ ବୋଲି କହନ୍ତି ଗଣେଶଙ୍କ ସ୍ତ୍ରୀ ସୀତା ମେହେର।