ଭୁବନେଶ୍ବରରେ ହ୍ୟାଣ୍ଡସମ୍ ଚୋର, ଦୋକାନ ସଟର ତାଡ଼ି ଲୁଟୁଛି କେବଳ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ଚୋର। ମଧ୍ୟରତିରେ ବୁଲଛନ୍ତି ଓ ଦୋକାନ ମାନଙ୍କ ସଟର ତାଡି କେବଳ ପଇସା ଲୁଟି ନେଇ ଯାଉଛନ୍ତି। ଗତକାଲି ରାତି ପ୍ରାୟ ୪.୨୩ ବେଳକୁ ରୁଚିକା ମାର୍କେଟର ବର୍ଷା ଔଷଧ ଦୋକାନରୁ ଲୁଟ କରିଥିବା ବେଳେ ସେମାନଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି ।thief

ଏହା ପରେ ବିଏସ ଏଜେନ୍ସି ନାମକ ଏକ ସାନିଟାରୀ ଦୋକାନରୁ ପାଖାପାଖି ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟେରାମାନେ ଉଚ୍ଚ ଶିକ୍ଷିତ ଓ ଭଲ ଘରର ପିଲା ଭଳି ଦେଖା ଯାଉଛନ୍ତି। କିନ୍ତୁ ଏମାନେ କେଉଁଠାରୁ ଆସିଛନ୍ତି କି ସେହି ଅଞ୍ଚଳରେ ରହୁଛନ୍ତି ତାହା ଜଣା ପଡିନାହିଁ। ଏହି ଘଟଣାରେ ଖଣ୍ଡଗିରି ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.