୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ : ବିଲ୍ ପାସ ହୋଇଛି ରାଜ୍ୟସଭାରେ

ଭୁବନେଶ୍ବର : ୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀ ଖୁଣ୍ଟରେ ଝୁଲିବ ଅଭିଯୁକ୍ତ । ସଂଶୋଧିତ ଅପରାଧିକ ବିଧେୟକ ୨୦୧୮ ସଂସଦରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଓ ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଛି । ପାର୍ଲାମେଣ୍ଟର ଉଭୟ ଗୃହରେ ଏହି ବିଲ୍ ପାରିତ ହୋଇଥିବାରୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ମଞ୍ଜୁରୀ ମିଳିବା ପରେ ଏହା ଆଇନରେ କାର୍ୟ୍ୟକାରୀ ହେବ । ନୂଆ ବିଲ୍ ଅନୁସାରେ, ୧୨ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳିବ । ନଚେତ୍ ୨୦ ବର୍ଷ କିମ୍ବା ଆଜୀବନ ଜେଲ୍ ଦଣ୍ଡ ମିଳିବ ।

ସେହିପରି ୧୬ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ସର୍ବନିମ୍ନ ୧୦ରୁ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡଦେଶ ହେବ । ପୂର୍ବରୁ ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶ ବିଧାନସଭାରେ ଏଭଳି ଆଇନ ଗୃହୀତ ହୋଇସାରିଛି । ଜମ୍ମୁ କାଶ୍ମୀର କଠୁଓ୍ଵାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ସାରାଦେଶରେ କଠୋର ଆଇନ ବ୍ୟବସ୍ଥା ନେଇ ଦାବି ଜୋର ଧରିଥିଲା । ଏହାପରେ ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.