ଆସ୍କା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ କାକୁଡ଼ିଆ ନିକଟ ଚାଷ ଜମି ପାଖ ଏକ ଗଛରୁ ଜଣେ ମହିଳାଙ୍କ ଝିଲନ୍ତା ମୃତଦେହ ଉଦ୍ଧାର ହୋଇଛି l ପରକ୍ରିୟା ପ୍ରିତିକୁ ନେଇ ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ମୃତଙ୍କ ପରିବାର । ମୃତ ମହିଳା ଅର୍ଜୁନପଲ୍ଲୀ ଗ୍ରାମର ଭାଗ୍ୟଶ୍ରୀ ନାହାକ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
ଆଜି ସକାଳୁ ଚାଷ ଜମିକୁ ଯାଇଥିବା ଲୋକମାନେ ଗୋଟିଏ ଶିଶୁର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଥିଲେ l ଶିଶୁଟି କେହୁଁଠି କାନ୍ଦୁଛି ଯାଇଦେଖିବା ବେଳକୁ ଭାଗ୍ୟଶ୍ରୀଙ୍କ ମୃତଦେହ ପାଖରେ ଶିଶୁଟି ବସି କାନ୍ଦୁଥିବା ଦେଖି ପୋଲିସକୁ ଖବରଦେଇଥିଲେ ସ୍ଥାନୀୟ ଲୋକେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଚଳାଇଛି l ତେବେ କିଛି ବର୍ଷ ପୂର୍ବେ ଭାଗ୍ୟଶ୍ରୀ କୋଟିନଡା ଥାନା ଭେଟନଇ ଗ୍ରାମରେ ବାହା ହୋଇଥିଲେ l
ସ୍ୱାମୀ ବାହାର ରାଜ୍ୟରେ ରହୁଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି l ଦୁଇଦିନ ତଳେ ସେ ଶାଶୁ ଘରୁ କେଉଁଆଡ଼େ ଚାଲିଯାଇ ଥିବା ବେଳେ ଆଜି ତାଙ୍କର ମୃତ ଦେହକୁ ଉଦ୍ଧାର ହୋଇଛି । ତେବେ ସେ ପାଖରେ ଶିଶୁ ଟିକୁ ବସାଇ ଏଠାରେ କାହିଁକି ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେରରେ ରହିଛି l ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କରେ ରହିଥିବା ବ୍ୟକ୍ତି ତାଙ୍କୁ ହତ୍ୟାକରୀ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର l ଅନ୍ୟପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l