ଅନୁଗୁଳ: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ (କେନ୍ୟୁଜ୍) :  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବରଡ଼ାକଟା ଗାଁରେ ଅଭାବନୀୟ ଘଟଣା। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଯୁବକଙ୍କ ନାଁ ମାନସ କ୍ଷେତି, ବୟସ ୨୩ ବର୍ଷ। ଯୁବତୀଙ୍କ ନାଁ ମିଲି ପାଢି, ବୟସ ୨୦ ବର୍ଷ। ପରସ୍ପରକୁ ଭଲ ପାଉଥିଲେ ମିଲି ଓ ମାନସ।

କିନ୍ତୁ ଉଭୟଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇ ନଥିଲେ ପରିବାର ଲୋକେ। ଏପରିକି କିଛି ଦିନ ତଳେ ମିଲିଙ୍କ ବାହାଘର ଅନ୍ୟତ୍ର ଠିକ୍‌ ହୋଇଥିଲା। ପ୍ରେମରେ ବିଫଳ ହେବା ଦେଖି ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.