ରାତିରେ ନିଶା ଖାଇ ଘରକୁ ଫେରିବା ପରେ ସକାଳୁ ମିଳିଲା ଝୁଲନ୍ତା ମୃତଦେହ, ସ୍ତ୍ରୀ ଓ ପୁଅ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

ଉଦଳା(କେନ୍ଯୁଜ୍): ନିଶା ଖାଇବାକୁ କେନ୍ଦ୍ର କରି ଝଗଡ଼ା। ଝଗଡ଼ା ପରେ ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ। ମୟୂରଭଞ୍ଜ କପ୍ତିପଦା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ନିଶା ଖାଇ ଘରକୁ ଫେରିଥିଲେ ସୁଣ୍ଡଳ ଗାଁର ନିରଞ୍ଜନ ମାଝୀ। ନିଶା ଖାଇ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଓ ପୁଅ ସହ ବଚସା ହୋଇଥିଲା। ସ୍ତ୍ରୀ ଓ ପୁଅ ମିଳିତ ଭାବେ ନିରଞ୍ଜନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆଜି ସକାଳୁ ଘର ଭିତରୁ ନିରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଦବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। ନିରଞ୍ଜନଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ବାଡେଇ ମାରିଦେଇଥିବା ପୋଲିସ ନିକଟରେ ନିରଞ୍ଜନଙ୍କ ଭଉଣୀ ଲିଖିତ ଅଭିଯୋଗ କରିଛନ୍ତି। ବାଡେଇ ମାରିଦେଇଥିବା ପରେ ତାଙ୍କୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.