କେନ୍ଦୁଝର ପାଟଣା ଥାନା କୁଚେଇବେଡାରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଚେଇବେଡା ଗ୍ରାମରେ ପାହାଡ ଏକ ପାହାଡର କୁସୁମ ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ କୁଚେଇବେଡା ଗ୍ରାମର ଶିଖର ମୁଣ୍ଡାଙ୍କ ଝିଅ ପ୍ରିୟଦର୍ଶନୀ ମୁଣ୍ଡା। ମୃତଦେହ ନିକଟରୁ ଏକ ଡାଏରି ଜବତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ପହଁଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।