କିସ୍ ଆଥଲେଟିକ୍ ଷ୍ଟାଡିୟମ୍ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହେବ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ
ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆସନ୍ତାକାଲି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍ ଆଥଲେଟିକ୍ ଷ୍ଟାଡିୟମ୍ ନିକଟ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ଚାଳିଶା ମହାଯଜ୍ଞ । କାଲି ସକାଳ ୯ଟାରେ ୧୦୮ ସାମୂହିକ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟା ୭ ଘଟିକାରେ ସାମୂହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହେବ ।
ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୩୧ ବର୍ଷ ହେଲା ଏହି ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି । କିଟ୍ କ୍ୟାମ୍ପସ୍ ୧୪ ଦେଇ ଆପଣମାନେ ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ସ୍ଥଳକୁ ଯାଇପାରିବେ । ଏଠାରେ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି ।
ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞରେ ବିପୁଳ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁ ହନୁମାନଙ୍କ କୃପା ଲାଭ କରିବା ପାଇଁ ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ପକ୍ଷରୁ ଅନୁରୋଧ କରାଯାଇଛି। କଳିଙ୍ଗ ଟିଭିରେ କାଲି ଦିନ ୧ଟା ୩୦ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଆପଣମାନେ ଦେଖିପାରିବେ। କାର୍ଯ୍ୟକ୍ରମର ଲାଇଭ୍ ସୋସିଆଲ ମିଡିଆର ଉଭୟ କଳିଙ୍ଗ ଟିଭି ଏବଂ କେନ୍ୟୁଜରେ ୭ଟାରୁ ଆରମ୍ଭ ହେଇ ଶେଷ ପର୍ଯ୍ୟନ୍ତ ଚାଲିବ ।