ବୌଦ୍ଧ (କେନ୍ୟୁଜ): ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଆଇଆଇସି । ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ରହିବେ ଆଇଆଇସି ।
ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଜବତ ହୋଇଥିବା ବାଲିଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ। ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ। ସିଜ ହୋଇଥିବା ଗାଡିକୁ ଛାଡିବା ସହ ବାଲି ଘାଟରୁ ବାଲି ଉଠାଣ ନିୟମ କହୋଳ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶରତ ବେହେରା ଭିଜିଲାନ୍ସକୁ ଜଣାଇଥିଲେ।
ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ଶରତ ଏକ ଲଫପା ଭିତରେ ରାସାୟନିକ ମିଶ୍ରିତ ୧ ଲକ୍ଷ ଟଙ୍କା ନେଇ ହରଭଙ୍ଗା ଥାନାରେ IICଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛପି ରହିଥିବା ଭିଜିଲାନ୍ସ ପୋଲିସ ତାଙ୍କୁ ମାଡିବସିଥିଲେ । ତାଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରିଥିଲା ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…