ମୋହନା : ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ମୋହନା(କେନ୍ୟୁଜ୍‌) : ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ମୋହନା ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଗତକାଲି ବିଳମ୍ୱିତ ରାତିରେ ମୋହନା ସହର ତହସିଲ କାର୍ଯ୍ୟାଳୟ ସମୁଖ ରେ ଥିବା ମୁଖ୍ୟ ରାସ୍ତା କଡ଼ରୁ ଦୁଇଟି ଦୋକାନର ତାଲା ତାଲା ଭଙ୍ଗା ଯାଇଥିବା ଦେଖାଯାଇଛି ।

ଦୋକାନ ମାଲିକ ସକାଳୁ ଏ ସମ୍ପର୍କ ରେ ଜାଣିଲା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ତଦନ୍ତ କରିବା ପରେ ଦୋକାନରୁ କିଛି ସାମଗ୍ରୀ ସହିତ ଦୋକାନରେ ଥିବା କିଛି ଟଙ୍କା ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଜାରି ରଖିଛି ।

ବର୍ତ୍ତମାନ ପାର୍ବଣ ପାଇଁ ମୋହନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ଜୁଆ ଖେଳ ଚାଲିଥିବା ବେଳେ ଚୋରି ବଢିବାର ଆଶଙ୍କା ବହୁପରିମାଣରେ ରହିଛି । ତେଣୁ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.