ଅନୁଗୁଳ: ଅଜଣା ଦୁର୍ବୃତ୍ତର ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ

ଅନୁଗୁଳ(କେନ୍ୟୁଜ୍):  ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଗତକାଲି ରାତିରେ ଟିକନକୁ କେହି ଦୁର୍ବୃତ୍ତ   କୌଣସି କାରଣ ପାଇଁ ଭୁଜାଲିରେ ଆକ୍ରମଣ କରିଥିଲା ।

ଭୁଜାଲି ଆକ୍ରମଣରେ ଟିକନ ପେଟର ଅନ୍ତନଳୀ ବାହାରି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରା ଯାଉଥିଲା । ତେବେ ବାଟରେ ତାର ମୃତ୍ୟୁ ହୋଇଛି । ଖବର ପାଇ ଅନୁଗୁଳ ସଦର ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଟିକନ ନାମରେ ପୂର୍ବରୁ ବିଭିନ୍ନ ସ୍ଥାନରେ ୨୦ ରୁ ଅଧିକ ଚୋରୀ ଓ ରାହାଜାନି ମାମଲା ରହିଛି ।

 

Leave A Reply

Your email address will not be published.