ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ ଲାଛି ଖରା

ମାଲକାନଗିରି: ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ। ମାଲକାନଗିରି SPଙ୍କ ନିକଟରେ ମହିଳା ମାଓବାଦୀ ଲାଛି ଖରା ଅତ୍ମସମର୍ପଣ କରିଛି। AOB ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓ ସଙ୍ଗଠନର ପାର୍ଟି ମେମ୍ବର ଲାଛି ଖରା। ମାଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛି।

ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ SP ଆହ୍ଵାନ୍‌ ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଥଇଥାନ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି SP କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.