ମାଲକାନଗିରି ସୀମାନ୍ତ ଦାନ୍ତେଓ୍ଵାଡ଼ାରେ ପୋଲିସକୁ ବଡ ସଫଳତା: ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ଵାଡ଼ାରେ ପୋଲିସକୁ ବଡ ସଫଳତା। ଚିକପାଲି ଜଙ୍ଗଲରେ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ। କଟେକଲ୍ୟାଣ ଏରିଆ କମିଟି ମେମ୍ବର ମୁୟା ମର୍କମ ନାଁରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର।
ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। । STF ଓ DRG ମିଳିତ ଭାବେ ମାଓ ଦମନ ଅପରେସନ ବେଳେ ଏହି ସଫଥଲା ମିଳିଥିବା ଦନ୍ତେୱାଡା SP ସୂଚନା ଦେଇଛନ୍ତି।