ମାଲକାନଗିରି: ଭୁଶୁଡୁଛି ମାଓ ଗଡ଼, ହାର୍ଡକୋର ମାଓବାଦୀ ସୀତାରାମ ରେଡ୍ଡୀ ଓରଫ ଶିବାନ୍ନାର ଆତ୍ମସମର୍ପଣ

ମାଲକାନଗିରି(କେନ୍ୟୁଜ୍):  ଭୁଶୁଡୁଛି ମାଓ ଗଡ଼। ମୁଖ୍ୟସ୍ରୋତକୁ ଫେରୁଛନ୍ତି ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସକ୍ରିୟ ହାର୍ଡକୋର ମାଓବାଦୀ ସୀତାରାମ ରେଡ୍ଡୀ ଓରଫ ଶିବାନ୍ନାର ଆତ୍ମସମର୍ପଣ। ତେଲଙ୍ଗାନାର ଖମ୍ମମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଶିବାନ୍ନା। ୨୦୦୮ରୁ ସେ ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ଡିସିଏମ ଡିଭିଜନାଲ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା। ଓଡ଼ିଶା ଓ ଆନ୍ଧ୍ରର ଅନେକ ବଡ଼ ବଡ଼ ମାଓ ହିଂସାରେ ସେ ଜଡିତ ଥିଲା। ଗତ ୩୦ବର୍ଷ ଧରି ସେ ନକ୍ସଲ ସଂଗଠନରେ ଜଣେ ଆଗଧାଡ଼ିର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା।

ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ତାର ଗୋଟିଏ ହାତ ନଷ୍ଟ ହୋଇଥିଲା। ପରେ ବିଶାଖାପାଟଣା ପୋଲିସ ତାକୁ ଗିରଫ କରି ଜେଲ ପଠାଇଥିଲା। ଜେଲରୁ ମୁକୁଳିବା ପରେ ସେ ପୁଣି ମାଓ ସଂଗଠନରେ ସାମିଲ ହୋଇ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରୁଥିଲା। କିନ୍ତୁ ସେଠାରେ ଅଧିକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲଙ୍କ ପାଇଁ ରହିବା ସମ୍ଭବ ନହେବା ଓ ବୟସାଧିକ କାରଣରୁ ଆତ୍ମସମର୍ପଣ କରିିଛି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.