ହରିପୁର ଗାଁରେ ପାଳିତ ହୋଇଛି ରୁଦ୍ର ମହାଯଜ୍ଞ ସହ ୩୮ ତମ ଶମ୍ଭୁ ମିଳନ ମହୋତ୍ସବ

ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ବ୍ଲକ ହରିପୁର ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ପ୍ରାତାପଶ୍ୱେର ମହାଦେବ। ବାବା ହେଉଛନ୍ତି ପଶ୍ଚିମାଭୂଖୀ । ବାବାଙ୍କ ପୀଠରେ ଦୀର୍ଘ ୨୩ ବର୍ଷ ଧରି ପାଳିତ ହୋଇଆସୁଛି ରୁଦ୍ର ମହାଯଜ୍ଞ ଉତ୍ସବ। ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ପାଳିତ ହୋଇଛି ରୁଦ୍ର ମହାଯଜ୍ଞ ସହ ୩୮ ତମ ଶମ୍ଭୁ ମିଳନ ଉତ୍ସବ । ୭ଦିନ ଧରି ଚାଲୁଥିବା ଏହି ଯଜ୍ଞ ମହୋତ୍ସବକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାର ୁ ଅନେକ ଶ୍ରଦ୍ଧାଳୁ ଆସିଥିଲେ।

ସବୁ ଥର ଭଳି ଏଥର ମଧ୍ୟ ୬ଗୋଟି ଜିଲ୍ଲାରୁ ମୋଟ ୩୮ଟି ଶମ୍ଭୁଙ୍କ ସହ ୯ଟି କାଠି ଠାକୁରାଣୀ ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଏହାକୁ ପାଳନ କରାଯାଏ। ପ୍ରଥମ ଦିନରେ କଳସ ଶୋଭାଯାତ୍ରା ହୋଇଥିବା ବେଳେ ଶେଷ ଦିନରେ ଯଜ୍ଞ ଅନୁଷ୍ଠାନ ତରଫରୁ ପୂର୍ଣ୍ଣାହୂତି ଦିଆଯାଏ। ଏହାସହ ମେଳଣ ପଡ଼ିଆରେ ଠାକୁର ମେଳଣ ହୋଇଥାଏ। ଏହି ମେଳଣ ପର୍ବକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତ ଏଠାକୁ ଧାଇଁ ଆସନ୍ତି। ଏହାସହ ରାତିରେ ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତି ଅନେକ ଦର୍ଶକ।

ତେବେ ଗତ ଦୁଇ ବର୍ଷ କରୋନା ପାଇଁ ଏହି ଯାତ୍ରା ମହୋତ୍ସବ ବନ୍ଦ ଥିଲା। ଏଥିର ବାବାଙ୍କ କୃପାରୁ ଗ୍ରାମବାସୀ ଏକାଠି ହୋଇ ପୁଣି ଥରେ ଏହିପର୍ବକୁ ପାଳନ କରିଛନ୍ତି। ଏହାସହ ଅସହ୍ୟ ଗରମ କାରଣରୁ ସ୍ୱେଚ୍ଛାସେବୀ ସଙ୍ଗଠନ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ପ୍ରକାର ପଣାର ଆୟୋଜନ କରିଥିଲେ। ଏଥିରେ ଜଣେ ୮୯ ବର୍ଷିୟା ବୃଦ୍ଧା ମଧ୍ୟ ଲୋକମାନଙ୍କ ପଣା ବାଣ୍ଟୁଥିବାର ଦେଖିବାକୁ ମିଳିଛି। କରୋନା ପରେ ବାବାଙ୍କ ଏହି ମହୋତ୍ସବରେ ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇ ଖୁସି ଅନୁଭବ କରିଛନ୍ତି।