ନୂଆ ରେଳଲାଇନ୍ ନିର୍ମାଣକୁ ନେଇ ହାତୀକୁଚାବାସୀଙ୍କ ବିରୋଧ

କେନ୍ଦୁଝର: ଗାଁ ଦେଇ ଯିବନି ରେଳ ଲାଇନ୍ ଏହାକୁ ବିରୋଧ କରିଛନ୍ତି ଗାଁ ଲୋକେ । କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ମୌଜାର ଲୋକମାନେ ହାତୀକୁଚା ଗାଁ ଦେଇ ରେଳଲାଇନ୍ ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି । ଏନେଇ ହାତୀକୁଚାବାସୀ ସଦର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗୋହାଲଡିହ ଠାରୁ ଗନ୍ଧମାର୍ଦ୍ଦନ ରେଳ ରାସ୍ତା ହାତୀକୁଚା ମଧ୍ୟ ଭାଗ ଦେଇ ଯାଉଥିବାରୁ ହାତୀକୁଚାବାସୀଙ୍କର ଚାଷ ଜମି ପ୍ରଭାବିତ ହେଉଛି । ଏହା ସହିତ ଗାଁରେ ଥିବା ବଡ଼ ବନ୍ଧ, ଗାଁ ବିଭାଜନ, ଅଙ୍ଗନବାଡି, ଶ୍ରୀ ଗଣେଶ ଶିକ୍ଷାକେନ୍ଦ୍ର, ୟୁପି ସ୍କୁଲ, ଉଚ୍ଚ ବିଦ୍ୟାଳୟ, କେନାଲ, ଗୋଚର ଜମି ଶୂନ୍ୟ, ଭରାଡିପାଟ ଠାକୁରାଣୀ ସହ ଅନେକ ଆଦିବାସୀ ଲୋକ ବାସହରା ହେବେ ।

ରେଳ ଲାଇନ୍ ଗାଁ ମଧ୍ୟ ଭାଗରେ ନଯାଇ ଗୋହାଲଡିହରୁ ପାହାଡ଼ କଡେ କଡେ ଗନ୍ଧମାର୍ଦ୍ଦନ ପର୍ବତ ପର୍ଯ୍ୟନ୍ତ ରେଳ ପଥ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି । ଏନେଇ ମୌଜାର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ମୌଜାର ଅଧିବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।