କଟକ : ହାବିଲଦାରଙ୍କ ସନ୍ଦେହଜନକ ମୃତ୍ୟୁ । ବାରାକ୍ ଭିତରୁ ହାବିଲଦାରଙ୍କ ମୃତଦେହ ଉଦ୍ଧାର । କଟକ ଓ ଏମପି ଷଷ୍ଠ ବାଟାଲିୟନର ହାବିଲଦାର ତ୍ରିଲୋଚନ ସେଠୀଙ୍କ ମୃତ୍ୟୁ । ସେ ରହୁଥିବା ବାରାକ ଭିତରୁ ମୃତ ଦେହ ଉଦ୍ଧାର ହୋଇଛି। ସିଲିଂ ଫ୍ୟାନରେ ଝୁଲନ୍ତା ଅସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସେ ନିଜେ ଜୀବନ ହାରିଛନ୍ତି ନ ଆଉ କିଛି, ସେ ନେଇ ତଦନ୍ତ କରୁଛି ପୋଲିସ । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଅନୁସାରେ ଯାଜପୁରର ବରୀ ଅଞ୍ଚଳରରେ ତ୍ରିଲୋଚନଙ୍କ ଘର । ଦୀର୍ଘ ଦିନ ହେବ ତ୍ରିଲୋଚନଙ୍କର ପାରିବାରିକ ଅଶାନ୍ତି ଲାଗିରହିଥିଲା । ଅଧିକାଂଶ ସମୟ ସେ ମାନସିକ ଚାପରେ ରହୁଥିଲେ। ତ୍ରିଲୋଚନ ଦୀର୍ଘ ଦିନ ଧରି କଟକରେ କାମ କରୁଥିଲେ। ପରିବାର ନୂଆବଜ଼ାର ଅଞ୍ଚଳରେ ଭଡାରେ ରହୁଥିଲେ। ଅଧିକାଂଶ ସମୟ ଘରକୁ ନଯାଇ ସେ ବାରାକରେ ରହୁଥିଲେ । ଗତକାଲି ସେ ଏସସିବି ମେଡିକାଲରୁ ଡ୍ୟୁଟି ସାରି ବାଟାଲିୟନ ଆସିଥିଲେ। ରାତି ଖାଇବା ଖାଇ ଶୋଇବାକୁ ଯାଇଥିଲେ । ଆଜି ତାଙ୍କର ମୃତ ଶରୀର ରୁମରୁ ମିଳିଛି ।