ବାପା ବସ୍‌ ହକର୍‌, ପୁଅ ଓଏଏସ୍‌: ଅନୁଗୁଳର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା

ଅନୁଗୁଳ (କେନ୍ୟୁଜ): ବାପା ବସ୍‌ ହକର୍‌, ପୁଅ ଓଏଏସ୍‌ । ୨୭୯ ର‍୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତ ମହାପାତ୍ର । ଅନୁଗୁଳର ବସ୍‌ଷ୍ଟାଣ୍ଡର ସୁପରଭାଇଜର ତଥା ହକର୍‌ ଶ୍ରୀକାନ୍ତ ମହାପାତ୍ରଙ୍କ ପୁଅ ସତ୍ୟବ୍ରତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସତ୍ୟବ୍ରତ ଛୋଟ ବେଳୁ ତାଙ୍କ ଡାହାଣ ହାତ ପାପୁଲି ହରାଇଛନ୍ତି । ହେଲେ ତାଙ୍କ ମନୋବଳ ଓ ପ୍ରଚେଷ୍ଟା ପାଇଁ ଏହି ସଫଳତା ମିଳିଛି । ସତ୍ୟବ୍ରତ ଓଏଏସ୍‌ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସତ୍ୟବ୍ରତ ତାଙ୍କ ସଫଳତା ପାଇଁ ପରିବାର ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସତ୍ୟବ୍ରତଙ୍କ ସଫଳତା ପ୍ରମାଣ କରିଛି ଯେ, ଦୃଢ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ।

ସେହିପରି, OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨ ସ୍ଥାନରେ ଅଛନ୍ତି ପ୍ରାଚୁର୍ଯ୍ୟ ପ୍ରଧାନ । ପ୍ରାଚୁର୍ଯ୍ୟ ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳରେ ପିଏଚଡି କରୁଥିବା ବେଳେ ପ୍ରସନ୍ନ ପଣ୍ଡା ଜେଏନୟୁରେ ପିଏଚଡି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.