ଐତିହାସିକ ବୁଖାରୀ ବାବାଙ୍କ ପୀଠରେ ପାଳିତ ହୋଇଛି ବାର୍ଷିକ ଉତ୍ସବ, ଯୋଗ ଦେଇଛନ୍ତି ଅନେକ ଶ୍ରଦ୍ଧାଳୁ

ଦଶହରା ହେଉ ଅବା ଅନ୍ୟ କୌଣସି ପର୍ବ, ସବୁ ସମୟରେ କଟକରେ ଭାଇଚାରାର ଅଦ୍ଭୁତ ଝଲକ ଦେଖିବାକୁ ମିଳିଥାଏ। ଏବେ ଯେଉଁ ସ୍ଥାନ କଥା କହିବୁ ତାହା କଟକରେ ରହିଛି। କଟକ ବାରବାଟୀ ଜିଲ୍ଲା ପରିସରରେ ଥିବା ଐତିହାସିକ ବୁଖାରୀ ବାବାଙ୍କ ପୀଠ। ଏହି ପୀଠରେ ଅନେକ କାଳରୁ ମୁସଲମାନ ଶ୍ରଦ୍ଧାଳୁମାନେ ପାଳନ କରି ଆସୁଛନ୍ତି ହଜରତ ସୟଦ ଅଲ୍ଲୀ ଶହୀଦ ବୁଖାରୀ ବାବାଙ୍କ ବାର୍ଷିକ ଉତ୍ସବ। ପ୍ରତିବର୍ଷ ଏହି ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ। ହଜାର ହଜାର ସଂଖ୍ୟାରେ ଏହି ପୀଠରେ ମୁସଲମାନ ଶ୍ରଦ୍ଧାଳୁମାନଙ୍କ ସହିତ ଅନ୍ୟଧର୍ମର ଲୋକମାନେ ଏକାଠି ହୋଇ ବାବାଙ୍କ ଦର୍ଶନ କରନ୍ତି। ଏଥିସହିତ ମାନସିକ କରିଥିବା ଲୋକମାନେ ମାନସିକ ପୂରଣ ସ୍ୱରୁପ ବାବାଙ୍କ ସମାଧିସ୍ଥଳରେ ଚାଦର ଚଢ଼ାନ୍ତି।

ଏଥର ମଧ୍ୟ ଏହି ଉତ୍ସବ କରୋନା କଟକଣାରେ ପାଳିତ ହୋଇଛି। ତେବେ ବିଶ୍ୱାସ ରହିଛି ଯେ ଏହି ସ୍ଥାନକୁ ଆସି ଯିଏ ଯାହା ମାଗେ ତାର ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ଏଥର ମଧ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ମାନେ ହଜାର ହଜାର ସଂଖ୍ୟାରେ ବାବାଙ୍କ ସମାଧିସ୍ଥଳରେ ଏକାଠି ହୋଇ ପ୍ରାର୍ଥନା କରିବା ସହିତ ଚାଦର ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ଏହିଦିନ ୪୦ଟି ସାହିରୁ ଚାଦର ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ଆସି ଉତ୍ସବ ପାଳନ କରିବା ସହ ପ୍ରସାଦ ସେବନ କରିି ଦାନ ଧର୍ମ କରିଛନ୍ତି।

ctc
pc: destimap

କରୋନା ପାଇଁ ଦୁଇ ବର୍ଷ ହେବ ବୁଖାରୀ ବାବାଙ୍କ ପୀଠରେ ଏହି ଉତ୍ସବ ଅନୁଷ୍ଠିତ ହୋଇପାରିନଥିଲା। ଏଥର କିନ୍ତୁ ପ୍ରଶାସନର ଅନୁମତି ପରେ ପୀଠରେ ଶ୍ରଦ୍ଧାଳୁମାନେ ଆସି ବାବାଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଛନ୍ତି। ଏହାସହ ଗରିବ ଅସହାୟ ଲୋକଙ୍କୁ ଦାନଧର୍ମ ମଧ୍ୟ କାରିଛନ୍ତି। ଏମିତିରେ ରାଜ୍ୟବାହାରୁ ମଧ୍ୟ କିନ୍ନର ମାନେ ଆସି ବାବାଙ୍କ ଦର୍ଶନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.