ହୃଦୟ ଜିତିଲେ ଯୁବକ : ଲକ୍ଷାଧିକ ଟଙ୍କାର ସୁନାଗହଣା ଫେରାଇ ଦେଲେ ଅଟୋ ଡ୍ରାଇଭର

ଭୁବନେଶ୍ବର (କେନ୍ୟୁଜ୍‌): ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଯୁବକ । ଅଚାନ ୨ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରସୁଲଗଡ଼ ଛକରେ।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରରେ ଜଣେ ପେଷାଗତ ଅଟୋ ଚାଳକ। ଘଟଣା ଥିଲା ଏମିତି। OSAP ଯବାନ ସରୋଜ ସାହୁ ଏବଂ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ସାହୁ ଗତ ୨୨ ତାରିଖ ସନ୍ଧ୍ୟା ସମୟ ପ୍ରାୟ ସାଢେ ୭ଟା ବେଳେ ରସୁଲଗଡ଼ରୁ ବସନ୍ତଙ୍କ ଅଟୋରେ କଳ୍ପନା ଛକ ଆସିବା ପାଇଁ ବସିଲେ। କିନ୍ତୁ ରସୁଲଗଡ଼ ଅଟୋ ଷ୍ଟାଣ୍ଡର ଚାଳକ ମାନେ ପ୍ରତିବାଦ କରିବାରୁ ଦମ୍ପତି ସେଠାରେ ଓହ୍ଲାଇ ପଡ଼ିଥିଲେ। ହେଲେ ପ୍ରାୟ ୨ଲକ୍ଷ ଟଙ୍କାର ସୁନା ଗହଣା ଥିବା ଭ୍ୟାନିଟି ବ୍ୟାଗ୍ ଛାଡ଼ି ଓହ୍ଲାଇ ପଡ଼ିଥିଲେ। ସେ ଭ୍ୟାନିଟିରେ ଥିଲା ଗୋଟିଏ ହାର, ଚେନ୍‌, ମଙ୍ଗଳସୂତ୍ର, ଶଙ୍ଖା, କାନଫୁଲ ଓ ଅନ୍ୟାନ୍ୟ ଗହଣା। ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। କିନ୍ତୁ ସେ ଲୋଭ କରିନଥିଲେ।

ଗରିବ ଅଟୋଚାଳକ ହୋଇଥିଲେ ବି ଲୋଭ ତାଙ୍କୁ ଗ୍ରାସ କରିନଥିଲା। ରସୁଲଗଡ଼ ଛକରେ ତାଙ୍କ ଅଟୋରେ ବସିଥିବା ଦମ୍ପତିଙ୍କ ସମ୍ପତ୍ତି ବୋଲି ବସନ୍ତ ବୁଝିପାରିଥିଲେ ବି ଭୁବନେଶ୍ବରରେ ତାଙ୍କୁ ଖୋଜି ପାଇବା ସମ୍ଭବ ନଥିଲା। ତେଣୁ ତୁରନ୍ତ ସେ ଭ୍ୟାନିଟିକୁ ନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କ ଜିମା ଦେଇଥିଲେ। ଭୋଟର କାର୍ଡ ଯାଞ୍ଚ କରି ଆଇଆଇସି ଶ୍ରୀ ନାୟକ ଜ୍ୟୋସ୍ନାରାଣୀଙ୍କ ଠିକଣା ପାଇଥିଲେ ଓ ବରୀ ଥାନା ପୁଲିସ ସହଯୋଗରେ ଜ୍ୟୋସ୍ନାରାଣୀଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଆଜି ଜ୍ୟୋସ୍ନାରାଣୀ ଓ ତାଙ୍କ ସ୍ବାମୀ ବଡ଼ଗଡ଼ ଥାନାରେ ପହଞ୍ଚିବା ପରେ ଆଇଆଇସି ଶ୍ରୀ ନାୟକ ଅଟୋଚାଳକ ବସନ୍ତଙ୍କ ଉପସ୍ଥିତିରେ ସବୁ ଜିନିଷ ଫେରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.