ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଯାଉଥିଲେ, ହଠାତ୍ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ଆଠମଲ୍ଲିକ (କେନ୍ୟୁଜ): ଆଠମଲ୍ଲିକ ବଇଣ୍ଡାପୂର୍ତ୍ତ ରାସ୍ତାର ସାନହୁଲା ନିକଟବର୍ତ୍ତୀ ଏକ ବୁଲାଣିଆ ରାସ୍ତାରେ ଥିବା ଏକ ନାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ୧୯ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଯେ ଆଠମଲ୍ଲିକ ର ଓଡ଼ଶିଙ୍ଗା ଗ୍ରାମର ୧୯ ଜଣ ଯୁବକ ଭୋଜି ପରଷିବା ପାଇଁ(କ୍ୟାଟରିଂ ବୟ) ଏକ ଖୋଲା ପିକଅପ ଭ୍ୟାନ ରେ ବଇଣ୍ଡା ଯାତ୍ରା କରୁଥିଲେ ।
ସାନହୁଲା ନିକଟବର୍ତ୍ତୀ ବୁଲାଣିଆ ରାସ୍ତାରେ ପିକଅପ ଭ୍ୟାନ ଟି ଓଲଟି ରାସ୍ତା ଉପରେ ରହିଯାଇଥିବା ବେଳେ ୧୯ ଜଣ ଯାକ ଯୁବକ ପ୍ରାୟ ୨୦ ଫୁଟ ନାଳ ତଳକୁ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତଖାନାରେ ଆଉ ଜଣ ଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।