ହାଇୱା ସହିତ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

କଣିହାଁ: ଜାତୀୟ ରାଜପଥ ୧୪୯ରେ ମର୍ମନ୍ତୁଦ ଦୁର୍ଘଟଣା । ହାଇୱା ସହିତ ଟ୍ରକ ମୁହାଁମୁହିଁ ଧକ୍କାରେ ଟ୍ରକରେ ଲାଗିଛି ଭୟାବହ ନିଆଁ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଣିହାଁ ବ୍ଲକ ବୁରୁକୁନା ପଞ୍ଚାୟତ ସମଲ ଥାନା ଅଧୀନସ୍ଥ ୧୪୯ ନମ୍ବର ଜାତୀୟ ରାଜପଥର ସରଧାପୁର ନିକଟରେ ହାଇୱା ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ଏତେ ଜୋରରେ ଥିଲା ଯେ ଟ୍ରକରେ ସଙ୍ଗେସଙ୍ଗେ ନିଆଁ ଲାଗିଯାଇଥିଲା । ରାସ୍ତା ଉପରେ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ

। ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଖବର ପାଇ ସମଲ ପୋଲିସ , କଣିହାଁ ଏବଂ ପାଲଲହଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମୃତକ ଡ୍ରାଇଭର ଜଣକ ଏବଂ ଟ୍ରକଟି ଝାଡ଼ଖଣ୍ତ ଅଞ୍ଚଳର ବୋଲି ଜଣାପଡିଛି ।

 

ଆହୁରି ପଢ଼ନ୍ତୁ : ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ