କୂଅ ଭିତରୁ ଯୁବତୀଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକ ହିଁ ସାଜିଥିଲା ହତ୍ୟାକାରୀ

ଭଞ୍ଜନଗର(କେନ୍ୟୁଜ୍): ପରିତ୍ୟକ୍ତ କୂଅ ଭିତରୁ ଯୁବତୀଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର ଘଟଣାର, ଅଭିଯୁକ୍ତକୁ ଗିରଫ କଲା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପୋଲିସ୍ । ପ୍ରେମିକ ହିଁ ସାଜିଥିଲା ହତ୍ୟାକାରୀ । ଅଭିଯୁକ୍ତ ଜଣକ , ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଜଗଦୀଶ୍ ଜେନା  ଏବଂ ମୃତ ଯୁବତୀ ଜଣକ ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ସୁନୀତା ଭୂୟାଁ ବୋଲି ଜଣାପଡିଛି ।

ଗତ ୮ ତାରିଖରେ ବୁଗୁଡ଼ା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଉଦ୍ଧାର କରିଥିଲା ବୁଗୁଡ଼ା ଥାନା ପୋଲିସ୍ । ତା ପରଦିନ ପରଦିନ କୂଅରୁ ଯୁବତୀଙ୍କ ମୁଣ୍ଡ ଖପୁରୀ ଉଦ୍ଧାର କରିଥିଲା ପୋଲିସ୍ । ବୁଗୁଡ଼ା ଥାନା ପୋଲିସ ସୂଚନା ପ୍ରକାରେ ଗତ ମାର୍ଚ୍ଚ ୨୬ ତାରିଖରେ ଯୁବତୀକୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଜଗଦୀଶ ଗାଡ଼ି ଗ୍ୟାରେଜରେ କାମ କରୁଥିଲା । ଗତ ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଉଭୟ ଜଗଦିଶ୍ ଓ ସୁନୀତାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ।

ତେବେ ସୁନୀତା ବିବାହ ପାଇଁ ଜିଦ୍ କରିବାରୁ, ଜଗଦୀଶ ଏଥିରେ ରାଜି ନହୋଇ ସବୁଦିନ ପାଇଁ ପ୍ରେମିକାକୁ ହଟେଇଦେବା ଲକ୍ଷରେ, ଘଟଣା ଦିନ ସୁନୀତାର ମୁଣ୍ଡକୁ ପଥର ଛେଚି ହତ୍ୟା କରିଥିଲା । ହତ୍ୟା ପରେ ମୃତ ଦେହକୁ ନିକଟସ୍ଥ ପରିତ୍ୟକ୍ତ କୂଅରେ ପକାଇ ଫେରାର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.