ବାଲିଗଦା ଭିତରୁ ମିଳିଲା ମୁଣ୍ଡ ବିହୀନ ମଣିଷ କଙ୍କାଳ, ଫରେନସିକ ଟେଷ୍ଟ ପାଇଁ ପଠାଇଲା ପୋଲିସ
ଜଳେଶ୍ଵର(କେ ନ୍ୟୁଜ): ବାଲିଗଦା ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହିନ କଙ୍କାଳ । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଜଳେଶ୍ଵର ଥାନାରେ ଆସୁଥିବା ୬୦ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ ନିକଟସ୍ଥ ଏକ ବାଲିଗଦାରୁ ମଣିଷ ଶରୀର କଙ୍କାଳର କିଛି ଅଂଶ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ । ଆଜି ଅପରାହ୍ନରେ ଚାଷ କାମ କରିବାକୁ ଆସିଥିବା କିଛି ଚାଷୀ ବାଲିଗଦା ଭିତରୁ ଅଜଣା ଶବର ପାଦକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ଵର
ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋତା ହୋଇଥିବା ବାଲିଗଦାକୁ ଖୋଳି ମୃତ ଶରୀରର ମୁଣ୍ଡ ବିହିନ କଙ୍କାଳ ଉଦ୍ଧାର କରିଥିଲେ । ତେବେ ଏହି ମୃତ ଶରୀରଟିକୁ କିଏ ଓ କାହିଁକି ପୋତି ଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଳେଶ୍ଵର ଅତିରିକ୍ତ ତହସିଲଦାର ଶାନ୍ତି ରାମ ହେମ୍ରମ, ଜଳେଶ୍ଵର ଥାନାଧିକାରୀ ମାନସ କୁମାର ଦେଓ, ଏଏସଆଇ ନବଦିପ ସେଠୀ ଉପସ୍ଥିତ ଥିଲେ । ପୋଲିସ କଙ୍କାଳକୁ ଫରେନସିକ ଟେଷ୍ଟ ପାଇଁ ପଠାଇଥିବା ଜଣାଯାଇଛି ।