ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ, ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍‌

ବ୍ରହ୍ମପୁର : ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ । ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଦିଗପହଣ୍ଡି ଥାନା କୈଠଖଣ୍ଡି ନିକଟରେ ଦୁର୍ଘଟଣାରେ ନୂଆଗଡ଼ ଗାଁର କୁରେଶୁ ପାତ୍ରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ କୁରେଶୁ ପାତ୍ର ଦିଗପହଣ୍ଡିରୁ ମଧୁବନ ଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ବେଳେ ଘୋଡ଼ାହାଡ଼ ଡ୍ୟାମ ପଟୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାସ୍ତା ଉପରେ ଛିଟିକି ହୋଇ ପଡିଥିଲେ ପ୍ରଧାନଶିକ୍ଷକ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

 

ଆହୁରି ପଢ଼ନ୍ତୁ : ଚକା ଫାଟି ରାସ୍ତାରେ ଓଲଟିଲା ବସ୍: ଜଣେ ଯାତ୍ରୀ ମୃତ, ଏକାଧିକ ଆହତ