ଅବସର ପରେ ଫେରି କରୁଛନ୍ତି ଲୋକଙ୍କ ସେବା, ଗାଁ ମାଟିର ମମତା ଭୁଲି ନାହାନ୍ତି

ଭଦ୍ରକ: ଗାଁ ରେ ଜନ୍ମ ହୋଇ ବାହାରେ କର୍ମମୟ ଜୀବନ ଆରମ୍ଭ କରି ପୁଣି ଗାଁ କୁ ଫେରି ଗାଁ ମାଟି ଓ ମଣିଷ ଙ୍କ ପାଇଁ କିଛି ଭଲ କାର୍ଯ୍ୟ ଖୁବ କୋଚିତ ଲୋକ କରନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ବ୍ଲକ ଅଧିନସ୍ଥ ମଧୁସୂଦନ ପୁର ଗ୍ରାମର ଡାକ୍ତର ଶ୍ରୀକାନ୍ତ ବାରିକ ହେଉଛନ୍ତି ଅନ୍ୟତମ । ସେ ନିଜ ବାପା ମା ଙ୍କ ନାମରେ ମାୟା ନିଦ୍ରା ଫାଉଣ୍ଡେସନ ଗଠନ କରି ନିଜ ଗ୍ରାମ ତଥା ଆଖ ପାଖ ଅଂଚଳ ରେ ପ୍ରତି ଦୁଇ ତିନି ମାସ ଅନ୍ତର ରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ନିଜେ ଆୟୋଜନ କରି ଆସୁଛନ୍ତି । ନିଜେ ଜଣେ ଡାକ୍ତର ହୋଇ ଥିବାରୁ ସେ ନିଜର ଡାକ୍ତର ସାଙ୍ଗ ମାନଙ୍କୁ ନେଇ ଏହି ଅଭିଯାନ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମ ମାଟି ପାଇଁ କରି ଆସୁଛନ୍ତି । ଆଜି ଏକ ସ୍ୱାସ୍ଥ୍ୟ ସେବା ଶିବିର ଓ ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ସ୍ଥିତ ମଧୁସୂଦନ ପୁର ଗ୍ରାମ ରେ ସେ ଆୟୋଜନ କରିଥିଲେ ।

ଏହି ଶିବିର ପ୍ରାୟ ୧୫୦ ଜଣ ଗରିବ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ରେ ଔଷଧ ମଧ୍ୟ ଦିଆଯାଇଥିଲା । ଏହାଛଡା ବିଭିନ୍ନ ପ୍ରକାର ର ସ୍ବାସ୍ଥ୍ୟ ପରୀକ୍ଷା ବିନା ମୂଲ୍ୟ ରେ କରାଯାଇ ମାଗଣା ରେ ଔଷଧ ବିତରଣ କରାଯାଇଥିଲା। ବିଭିନ୍ନ ରୋଗ ତଥା ମଧୁମେହ, ଆଣ୍ଠୁ ଗଣ୍ଠି ରୋଗ, ରକ୍ତ ଚାପ ପ୍ରମୁଖ ପରୀକ୍ଷା କରାଯାଇ ଥିଲା । ପରେ ନିଜ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ପୂର୍ବତନ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଗୋପ ବନ୍ଧୁ ମଲ୍ଲିକ, ଜେହୋଭା ଗ୍ରୁପ ର ସମ୍ପାଦକ ନୃସିଂହ ନାଥ ନନ୍ଦ। ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁଦର୍ଶନ ବାରିକ୍, ରେଭେନ୍ସା ବିଶ୍ଵବିଦ୍ୟାଳୟ ର ପ୍ରଫେସର ନିରଞ୍ଜନ ବାରିକ୍, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ପୂର୍ବତନ ପରିଚାଳକ ବସନ୍ତ ଦାସ , ପୂର୍ବତନ ପ୍ରଧାନ ଶିକ୍ଷକ ବାଦଲ ମହାପାତ୍ର, ଧୁଶୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ,ସମାଜ ସେବୀ ରାଜେନ୍ଦ୍ର ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ, ସମାଜସେବୀ ସରିତ ନାୟକ, ନିର୍ମଳା ବାରିକ୍, ତପସ୍ଵିନୀ ବାରିକ୍ ଓ ବସନ୍ତ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଗ୍ରାମାଞ୍ଚଳରେ ଏପରି ଆଦର୍ଶ କାର୍ଯ୍ୟକ୍ରମ ଜଣେ ଡାକ୍ତର କରି ଆସୁଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ।

 Also Read: ଆଜି ହରିଶୟନ ଏକାଦଶୀ, କାଳିଆକୁ ଲାଗୁ ହେବ ଚୁଡ଼ାଘଷା