ରାଜ୍ୟ

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରାଜରାସ୍ତାରେ

ପୁରୀ : ସ୍ଥାୟୀ ନିଯୁକ୍ତି ଦାବି କରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ। ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରି କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି କର୍ମଚାରୀ। ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମ ତରଫରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଆଯାଇଛି।

ଆଜି ପୁରୀ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ କରି କାମରେ ଅସହଯୋଗ କରିବେ ଏବଂ ଆଗାମୀ ନିର୍ବାଚନରେ ଭୋଟକୁ ବର୍ଜନ କରିବେ। ଏହା ସହ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ଭୋଟ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ଓ ଓଡିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ବାରମ୍ବାର ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ ନ କରିବାରୁ ଏହି ଚରମ ନିଷ୍ପତ୍ତି ନିଆଯାଇଛି।

ଦୀର୍ଘ ୧୮ ବର୍ଷ କାଳ ନିରନ୍ତର ଓ ନିରବିଛିର୍ନ ସେବା ଯୋଗାଇ ସ୍ୱାସ୍ଥ୍ୟ ସେବାରେ ଭାରତ ମାନଚିତ୍ରରେ ଓଡିଶାକୁ ଟୀକା କରଣ ରେ ୧ ନମ୍ବର , TB ନିରାକରଣରେ ୨ ନ ଓ ମାତୃ ଓ ଶିଶୁ ମୃତ୍ୟୁ ରୋକିବାରେ ୧ନ ଓ ମେଲେରିଆ ନିରାକରଣ ରେ ୧ ନ ,abha ID ରେ ୧ନମ୍ବର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପରିଚୟ୍ ଦେବା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।

ଏଣୁ ସରକାରଙ୍କୁ ଅସହଯୋଗ କରିବା ସହିତ ପରିବାର ତଥା ନିଜଲୋକଙ୍କ ସହିତ ଭୋଟ୍ ବର୍ଜନ କରିବାପାଇଁ ଚେତାବନୀ ଦେଇଛି ସଂଘ । ସେପଟେ ଦାବିକୁ ଗ୍ରହଣ କରାଯାଇଛି ବୋଲି ସିଡିଏମ୍ଓ କହିବା ସହ ଆଜି ଏକ ହାଇଲେବଲ ବୈଠକ କରାଯାଉଛି। ଠିକା କର୍ମଚାରୀଙ୍କର ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଇଛି। ଯଦି ତଥାପି ସେମାନେ ଅସହଯୋଗ କରିବେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ସିଡିଏମ୍ଓ କହିଛନ୍ତି l

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

13 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

15 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

18 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

24 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

39 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago