କରୋନାର ଦ୍ୱିତୀୟ ଲହରରେ ଅନେକ ଛୋଟ ଛୁଆ ସଂକ୍ରମିତ ହେଉଛନ୍ତି, ପିଲାଙ୍କ ଯତ୍ନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଆଡଭାଜରୀ

କେନ୍ୟୁଜ୍(ବ୍ୟୁରୋ):  କରୋନାର ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ  ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଆଡଭାଜରୀ ଜାରି  କରାଯାଇଛି।  ସଂକ୍ରମଣରୁ ଦୂରେଇ ରହିବା ପାଇଁ ୨ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଶିଶୁମାନେ ବାହାରକୁ ଗଲାବେଳେ  ପିନ୍ଧାଇବା ସହ ସାବୁନରେ ହାତକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ ଆଡଭାଇଜରୀରେ କୁହାଯାଇଛି।

children maksk

ଏହାବାଦ କରୋନାର ନୂଆ ନୂଆ ମ୍ୟୁଟାଣ୍ଟ ଆସୁଥିବା ବେଳେ ନୂଆ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ କେବଳ କାଶ, ଥଣ୍ଡା ସହ ଦେହ ହାତ ପୀଡା କରୋନା ଲକ୍ଷଣ ଭାବେ ଜଣା ଯାଉଥିଲା । କିନ୍ତୁ ଏବେ ଡାଇରିଆ, ବାନ୍ତି, ପେଟ ବଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । କେବଳ ପିଲା ନୁହଁନ୍ତି ଗର୍ଭବତୀ ମହିଳାଙ୍କ ସମେତ ସବୁ ବୟସବର୍ଗର ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖିଲେ ଟେଷ୍ଟ କରାଇ ନିଅନ୍ତୁ । ବିଶେଷ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.