ରାଜ୍ୟରେ H3N2 ଭାଇରସ ଭୟ: ମନଇଚ୍ଛା ଆଣ୍ଟି ବୟୋଟିକ୍ ନ ଖାଇବାକୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ।ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ। ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ,ନିଜକୁ ଆଇସୋଲେଟ କରନ୍ତୁ। ଆତଙ୍କିତ ହେବାର ଆବ୍ୟଶକତା ନାହିଁ ବୋଲି ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ।ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ। ଲକ୍ଷଣ ବଢ଼ୁଥିବାରୁ ବଢ଼ାଯିବ ସର୍ଭିଲାନ୍ସ। କୋଭିଡ ଓ H3N2 ଭାଇରସର ଲକ୍ଷଣ ପ୍ରାୟ ସମାନ। ତେଣୁ କୋଭିଡ ନେଗେଟିଭ ଥିଲେ ସାମ୍ପୁଲ ସଂଗ୍ରହ କରି ପଠାଯିବାକୁ କୁହାଯାଇଛି। ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ,ନିଜକୁ ଆଇସୋଲେଟ କରନ୍ତୁ। ଆତଙ୍କିତ ହେବାର ଆବ୍ୟଶକତା ନାହିଁ । ସ୍ୱାସ୍ଥ୍ୟ ବିଭାଗ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.