ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ :ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା

ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ ।  ଖୁବ୍ ଶୀଘ୍ର ଏଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।  ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି ।  ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି ।  ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ।

ଏହାବାଦ ଅନ୍ୟ ସବୁ ଜିଲ୍ଲାରେ ବି ହେବ ମେଡିକାଲ କଲେଜ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଆଜି ୬ଟି ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି  ।  ଏମଓୟୁ ଦ୍ବାରା ସବୁ ବିଶ୍ୱବିଦ୍ୟାଳୟ ସହ ୟୁଜି, ପିଜି ଡାକ୍ତରୀ, ଆୟୁର୍ବେଦ ଓ ହୋମିଓପ୍ୟାଥିକ ଡାକ୍ତରମାନଙ୍କ ସହ ଆଲୋଚନା ଅଧିକ ହୋଇପାରିବ ।  ବିଜ୍ଞାନ, ଗବେଷଣା, ମ୍ୟାନେଜମେଣ୍ଟ କ୍ଷେତ୍ରରେ ସମସ୍ତେ ଆଗକୁ ବଢ଼ିବେ। ଯେଉଁଠି ଅଧ୍ୟାପକ ନାହାନ୍ତି ସେଠି ଆମେ ନଜର ରଖିଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

You might also like