ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା

ଭଦ୍ରକ(କେନ୍ୟୁଜ୍):  ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉଟ୍‌ ଡୋର୍‌ରେ କିଭଳି ଚାଲିଛି ରୋଗୀ ଚିକିତ୍ସା ବୁଲି ଦେଖିଥିଲେ ମନ୍ତ୍ରୀ। ଏହାସହ ଡାଏଲିସିସ୍‌ କେନ୍ଦ୍ର, ପ୍ରସୂତୀ ବିଭାଗ, ଟ୍ରମା କେୟାର, ସର୍ଜରୀ ଓ୍ଵାର୍ଡ ଆଦି ବୁଲି ଦେଖିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ରୋଗୀଙ୍କ ସହ କଥା ହୋଇଥିଲେ । ପରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଭଦ୍ରକ ସାଂସଦ, ବିଧାୟକ, ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଖାଲି ଥିବା ଡାକ୍ତର ପଦବୀ ପୂରଣ ସହ ଭଦ୍ରକ ଜିଲ୍ଲାରେ ନୂଆ ମେଡିକାଲ କଲେଜ ନେଇ ହେଉଥିବା ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.