ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ , କ୍ୟାପିଟାଲ ହସ୍ପିଟାଲ ଏବଂ ଆରଜିଏଚ ରାଉରକେଲା ସୁପରଟେଣ୍ଡଡକୁ ଚିଠି ଲେଖିଛନ୍ତି ସାସ୍ଥ୍ୟ ସଚିବ। ହିଟ୍ ୱେଭ ଆକ୍ସନ ପ୍ଲାନ , ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସିଡିଏମଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ଗ୍ରୀଷ୍ମପ୍ରବାହରେ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ। ମେଡିକାଲରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ। ଗ୍ରୀଷ୍ମପ୍ରବାହ ଜନିତ ଅସୁସ୍ଥତା ଓ ମୃତ୍ୟୁର ତଦନ୍ତ କରିବେ ମେଡିକାଲ ଅଫିସର। ଲୋକାଲ ମେଡିକାଲ ଅଫିସର ଓ ରାଜସ୍ବ ଅଧିକାରୀ ତଦନ୍ତ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।