ନିଆଳି : ଗର୍ଭବତୀଙ୍କୁ ନିରାଶ କଲେ ଆଶାକର୍ମୀ, ଅଭିଯୋଗ ପରେ ତଦନ୍ତ ପାଇଁ ସିଡିଏମ୍‌ଓଙ୍କ ନିର୍ଦ୍ଦେଶ

ନିଆଳି (କେନ୍ୟୁଜ୍‌) : ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ମିଳିଲା ନାହିଁ ଆଶାକର୍ମୀଙ୍କ ସହଯୋଗ । କହିଲେ କରୋନା ସଂକ୍ରମଣ ଭୟ ରହିଛି । ପୁଣି ଘରୋଇ କ୍ଲିନିକକୁ ଯିବା ଲାଗି ପରାମର୍ଶ ଦେଲେ । ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି । ସିଡିଏମ୍‌ଓ ଏ ସମ୍ପର୍କିତ ଅଭିଯୋଗ ପାଇବା ପରେ ନିଆଳି ଡାକ୍ତରଖାନା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାହା ସୂଚନା ମିଳିଛି ସେହି ଅନୁସାରେ, ପହଙ୍ଗା ଗାଁର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କ ର ଲୋକେ ନିକଟସ୍ଥ ଆଶା ଦିଦିଙ୍କ ପାଖକୁ ଯାଇଥିଲେ । ତେବେ ଆଶା ଦିଦି ୧୦୨କୁ ଫୋନ୍‌ କରି ଦେଇ ନିଜେ ଯିବାକୁ ମନା କଲେ ଏବଂ ନର୍ସିଂହୋମ୍‌ ଯିବାକୁ ପ୍ରବର୍ତ୍ତାଇଲେ । ତେବେ ପ୍ରଥମେ ଗର୍ଭବତୀଙ୍କୁ ନିଆଳି ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.