ପରିବାର ନୁହେଁ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା, ସମସ୍ତଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମେ ସ୍ବାସ୍ଥ୍ୟ କର୍ମୀ  ସୁରକ୍ଷିତ ରହିଲେ ସେମାନେ ଜନସାଧାରଣଙ୍କୁ  ସୁରକ୍ଷା ଦେବେ। ଏଥିପାଇଁ କୋଭିଡ଼ ଟିକା ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ ବୋଲି ଏସସିବି ମେଡିକାଲର ଭେଷଜ ବିଭାଗର ମୁଖ୍ୟ ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଟିକା ପାଇଁ ପଞ୍ଜିକରଣ ଜରୁରୀ ହେବ।

ଟିକା ନେଲା ପରେ  ଟିକା କରଣ କେନ୍ଦ୍ରରେ ଟିକା  ନେଲା  ପରେ ୩୦ ମିନିଟ ରହିବାକୁ ପଡିବ। ଟିକାକରଣ ପର୍ଯ୍ୟାୟକ୍ରମେ ହେବାର ବ୍ୟବସ୍ଥା କରାଯାଇଛି । ତେବେ ଟିକା ନେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବାକୁ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

Leave A Reply

Your email address will not be published.