ଢେଙ୍କାନାଳ : ଜାତୀୟ ରାଜପଥ କଡ଼ରେ ବୁଲୁଛନ୍ତି ହାତୀ ପଲ। ୫୫ନଂ ଜାତୀୟ ରାଜପଥର ଢେଙ୍କାନାଳ ନିକଟ ହଳଦିଆବାହାଳ ଠାରେ ୧୮ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ହାତୀପଲ ରହିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ହାତୀକୁ ଘଉଡାଇବା ପାଇଁ ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ହାତୀ ପଲ ଆଖ ପାଖ ଗାଁଗୁଡିକରେ ଧାନ ତଳି ଦଳି ନଷ୍ଟ କରୁଛନ୍ତି । ହାତୀ ପଲ ଗାଁ ଗୁଡ଼ିକ ନିକଟରେ ଜଗି ରହୁଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି।