ବିନା ଅସ୍ତ୍ରୋପଚାରରେ ହୃତପିଣ୍ଡରେ ଥିବା ଛିଦ୍ରର ଚିକିତ୍ସା କରାଯାଇପାରିଛି,କଟକ ଏସସିବି ଡାକ୍ତର କରିଦେଖାଛନ୍ତି

କଟକ(କେନ୍ୟୁଜ୍):  କଟକ ଏସସିବି ମେଡିକଲ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ ହେଉଛି। ଏସସିବି ହୃଦରୋଗ ବିଭାଗରେ ଗତକାଲି ୪ ଜଣ ଶିଶୁ ହୃଦରୋଗୀଙ୍କର ହୃତପିଣ୍ଡରେ ଥିବା ଛିଦ୍ରକୁ ଡିଭାଇସ କ୍ଲୋଜର ଚିକିତ୍ସା କରାଯାଇଛି। ବିନା ଅସ୍ତ୍ରୋପଚାରରେ ବା ଓପନ ହାର୍ଟ ସର୍ଜରୀ ନ କରି ହୃତପିଣ୍ଡରେ ଥିବା ଛିଦ୍ରର ଚିକିତ୍ସା କରାଯାଇପାରିଛି। ପୂର୍ବରୁ ଏହି ଚିକିତ୍ସା ପାଇଁ ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା।

scb 1

ସେଥିପାଇଁ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଏବେ କିନ୍ତୁ ମାଗଣାରେ ଏସସିବିରେ ଉପଲବ୍ଧ ହେଉଛି ଏହି ଚିକିତ୍ସା। ଗତକାଲି ଚିକିତ୍ସିତ ହୋଇଥିବା ଶିଶୁଙ୍କ ମଧ୍ୟରୁ ଦୁଇଜଣ କେନ୍ଦ୍ରାପଡାରୁ, ଜଣେ ଜଗତସିଂହପୁର ଓ ଅନ୍ୟ ଜଣେ ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡ଼ିଛି। ଗତ ୫ ମାସ ମଧ୍ୟରେ ଏହିଭଳି ୨୫ ଜଣ ଶିଶୁ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଛି। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ଶିଶୁରୋଗୀଙ୍କର ଏଭଳି ଚିକିତ୍ସା ଆରମ୍ଭ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେଉଛନ୍ତି ଓଡିଶା ସରକାର।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.